ମନ ମୋହିଲା ଶିଶୁ କଳାକାରଙ୍କ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର: ଭଞ୍ଜ କଳା ମଣ୍ଡପରେ ତିନିଦିନ ଧରି ଆୟୋଜିତ ତୃତୀୟ ନୃତ୍ୟ ନୈବେଦ୍ୟ ଓଡିଶୀ ଉତ୍ସବ ଉଦଯାପିତ ହୋଇଛି I ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଶିଶୁ କଳାକାରମାନଙ୍କ ନୃତ୍ୟ I ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା I ପ୍ରତିଭା ଅନ୍ୱେଷଣରେ ଭାଗ ନେଇଥିବା ଶହେରୁ ଅଧିକ ଶିଳ୍ପୀଙ୍କ ମଧ୍ୟରୁ କୋଡିଏ ଜଣଙ୍କୁ ନୃତ୍ୟ ନୈବେଦ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା I

katyaନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ I ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

sudesna

ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଧନେଶ୍ୱର ମହାନ୍ତି ଓ ଏଲ ଏନ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ I

You might also like