ସ୍କୁଲ୍‌ ଛାତରୁ ଖସିଲା ସିମେଣ୍ଟ ଖଣ୍ଡ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଛାତର ବିମ୍‌ରୁ ଖସିଲା ସିମେଣ୍ଟ ଖଣ୍ଡ। ଏହି ଅଘଟଣ କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ  ଘଟିଛି ରାଜଧାନୀରେ।

ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ଛାତର ବିମ୍‌ରୁ ସିମେଣ୍ଡ ଖଣ୍ଡ ଖସି ପଡ଼ିଛି। ଆଜି ସକାଳେ କ୍ଲାସ୍‌ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ।।  ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ।  ଏହି ସ୍କୁଲ ଛାତରୁ ଏମିତି ସିମେଣ୍ଟ ଖସିବା କୌଣସି ନୂଆ କଥା ନୁହେଁ  ଗତ ୮ ତାରିଖରେ ମଧ୍ୟ ଛାତରୁ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିଲା।

ଗତ ବର୍ଷ ମଧ୍ୟ ସେହିପରି ସିମେଣ୍ଟ ଖଣ୍ଡ ଖସି ଥିଲା।  କିଛି ଦିନ ପାଇଁ ସ୍କୁଲ ବନ୍ଦ ରଖାଯିବା ପରେ ପୁଣି ପାଠପଢ଼ା ଆରମ୍ଭ ହୋଇଥିଲା। ଆଜିର ଏହି ଅଘଟଣ ପରେ ସିଆର୍‌ସିସି ଆସି ଘଟଣାର ତଦନ୍ତ କରିଛନ୍ତି।

୧୯୯୨ରେ ନିର୍ମିତ ଏହି ସ୍କୁଲ ଜରାଜୀର୍ଣ୍ଣ ହୋଇଗଲାଣି। ତଥାପି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like