ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍

ବ୍ରହ୍ମପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲ୍ଲୁପୁରମ୍‌-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନ୍‌।

ସୂଚନା ଅନୁସାରେ, ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ  ଷ୍ଟେସନ୍‌ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ।

ଷ୍ଟେସନ୍‌ରେ ପ୍ରାୟ ୪୦ ମିନିଟ୍‌ ଅଟକି ରହିବା ପରେ ଟ୍ରେନ୍‌ ଛାଡ଼ିଥିଲା।

You might also like