ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ଥରେ ଦିଲ୍ଲୀରେ ଲଜ୍ଜା

ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି।

ସ୍କୁଲର ଇଲେକ୍ଟ୍ରିସିଅାନ୍ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀଙ୍କ ମୁହଁକୁ ବାନ୍ଧି ସ୍କୁଲର ପଛପଟକୁ ନେଇ ଯାଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କ ସହ ଅକଥନୀୟ ଅତ୍ୟାଚାର ପରେ ଘଟଣାସ୍ଥଳରୁ ଛାଡ଼ି ଚାଲି ଯାଇଥିଲେ। ମୂମୁର୍ଷ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ଏହି ଘଟଣା ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଲୀ ପୁଲିସ୍‌। ଅନ୍ୟପଟେ ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ମହିଳା କମିଶନ୍। ଘଟଣା ପରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ଏହି ଜଘନ୍ୟକାଣ୍ଡ ପରେ ସ୍କୁଲ୍‌ରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ  ଛିଡ଼ା ହୋଇଛି।

ଏହା ସହ ମଧ୍ୟ ପଢ଼ନ୍ତୁ – ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

 

You might also like
Comments
Loading...