ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ଏପ୍ରିଲ ୨୫ରେ ଦ୍ୱାଦଶ ଅର୍ଥନୀତିର ପୁନଃ ପରୀକ୍ଷା

ଭୁବନେଶ୍ୱର: ସିବିଏସ୍ଇ ଦଶମ ଗଣିତର ପୁନଃ ପରୀକ୍ଷା ପ୍ରସଙ୍ଗ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। କାରଣ ଯଦି ପୁନଃ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ ପରୀକ୍ଷା ହେବ।

ଅନ୍ୟ ରାଜ୍ୟରେ  ପ୍ରଶ୍ନପତ୍ର ଲିକ୍ ହୋଇନଥିବାରୁ  ବାକି ରାଜ୍ୟରେ ପରୀକ୍ଷା ନ କରାଇବାକୁ ନିଷ୍ପତ୍ତି ନେଇଛି ସିବିଏସ୍ଇ। ସମ୍ଭବତଃ ଜୁଲାଇରେ ପରୀକ୍ଷା ହୋଇପାରେ। ୧୫ ଦିନ ଭିତରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।

ସେପଟେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପୁନଃ ପରୀକ୍ଷା ଏପ୍ରିଲ ୨୫ ତାରିଖରେ ହେବ। ପ୍ରଶ୍ନପତ୍ର ଲିକ୍ ପରେ CBSEର ଖାମଖିଆଲି ନୀତିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।

You might also like