ବାହାଘର ଭୋଜିକୁ ନେଇ ବରପକ୍ଷ-କନ୍ୟାପକ୍ଷ ସଂଘର୍ଷ

ସୋର: ବାହାଘର ଭୋଜିକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ସଂଘର୍ଷ I ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ସରିଯିବାରୁ କନ୍ୟାପକ୍ଷଙ୍କୁ ମାଡ଼ ମାରିଥିଲେ ବର ପକ୍ଷ I ଏଥିରେ ଉଭୟ ବରଯାତ୍ରୀ ଓ କନ୍ୟାପକ୍ଷର ୭ ଜଣ ଅାହତ ହୋଇଛନ୍ତି I
ପ୍ରାୟ ୧୦୦ ଜଣ ବରଯାତ୍ରୀ ଅାସିଥିବା ବେଳେ କନ୍ୟା ପକ୍ଷ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ I କିନ୍ତୁ ମାତ୍ର ୩୦ ଜଣ ଖାଇ ସାରିବା ପରେ ଅନ୍ୟମାନଙ୍କ ପାଇଁ ଖାଦ୍ୟ କିଛି ନଥିଲା I ଏଥିରେ ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରିଥିଲେ I ପରେ ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗାରେ ଅାକ୍ରମଣ କରିଥିଲେ Iଆଉ ବିବାହସ୍ଥଳୀ ପାଲଟିଲା ରଣକ୍ଷେତ୍ର। ଗଣ୍ଡଗୋଳରେ ଅାହତ ୭ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I

ବାହାଘର ସରିବାପରେ କନ୍ୟା ଘର ଲୋକ ବରର ପରିବାର ଲୋକଙ୍କୁ ଅଟକ ରଖିଥିଲା ବେଳେ ପୋଲିସ ଆସି ପହଞ୍ଚିଥିଲା I

You might also like