CJI ବିବାଦ: ଜନସ୍ୱାର୍ଥ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠନ ଏବଂ ମାମଲା ବଣ୍ଟନକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହୋଇଛି। ଯେଉଁଥିରେ କଡ଼ା ଭାଷାରେ ଆବେଦନକୁ ଭର୍ତ୍ସନା କରିଛନ୍ତି କୋର୍ଟ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରାଯାଇ ନ ପାରେ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କେଉଁ ମାମଲା କେଉଁ ବେଞ୍ଚ ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ। କେବଳ ଆଶଙ୍କା ଯୋଗୁଁ କୋର୍ଟଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଯିବା ଉଚିତ୍ ନୁହେଁ। ସମ୍ବିଧାନରେ ଉଦ୍ଦିଷ୍ଟ ସମସ୍ତ ନିୟମାବଳୀକୁ କୋର୍ଟ ଅନୁସରଣ କରୁଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସବୋର୍ଚ୍ଚ ଅଦାଲତରେ ମାମଲା ବଣ୍ଟନ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଖଣ୍ଡପୀଠ ଗଠନକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ସୁପ୍ରିମକୋର୍ଟରେ ୪ ବରିଷ୍ଠ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହି ଆବେଦନ ଦାଖଲ ହୋଇଥିଲା। ଏଥିରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଶୈଳୀକୁ ନେଇ ଆପତ୍ତି ଉଠାଯାଇଥିଲା।

You might also like
Comments
Loading...