ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି।

ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ ଜମାକାରୀଙ୍କୁ ପ୍ରାୟ ୧୨ ଲକ୍ଷ ୪୮ ହଜାର ପ୍ରଦାନ କରାଯାଇ ସାରିଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିପୋଜିଟରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଛି।

 

You might also like