କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଡ଼ି ନଥିଲା ଡଙ୍ଗା : ତଦନ୍ତକାରୀ ଟିମ୍

ଖୋର୍ଦ୍ଧା : ଡଙ୍ଗାରେ ତ୍ରୁଟି ନୁହେଁ, ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର।

କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ ବୋଲି ସେ କହିଛନ୍ତି। ଆଜି ୭ଜଣିଆ ତଦନ୍ତକାରୀ ଟିମ୍ ଜେଟିରେ ପହଞ୍ଚି ବିଭିନ୍ନ ଡଙ୍ଗାର କାଗଜପତ୍ର ସହ ଫିଟନେସ୍ ମଧ୍ୟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଡଙ୍ଗା ବୁଡି ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି।

You might also like