ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଡଙ୍ଗା ମାଲିକ ଗିରଫ

ବାଲୁଗାଁ: ଚିଲିକା କାଳିଜାଈ ଗଣ୍ଡରେ ଘଟିଥିବା ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ କାଳିଜାଈ ଦର୍ଶନ ପାଇଁ ଆସିଥିବା ୧୫ ଜଣ ଯାତ୍ରୀ ଶନିବାର ବାଲୁଗାଁର ଏକ ଘାଟରୁ ବୋଟ୍ ନେଇ କାଳିଜାଈ ଯାଇଥିଲେ। ସାଙ୍ଗରେ ଥିଲେ ଦୁଇଜଣ ନାଉରିଆ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ କାଳିଜାଈ ଦର୍ଶନ ସାରି ଫେରୁଥିଲା ବେଳେ ଚିଲିକା ଗଣ୍ଡରେ ଘଟିଲା ଅଘଟଣ। ହଠାତ୍‌ ବର୍ଷା ପବନ ଆସିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା। ଏଥିରେ ୫ ଜଣ ପ୍ରାଣ ହରାଇଥିଲେ।

ବୋଟ୍ ଆସୋସିଏସନ୍, ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ଓ ନୌସେନା ପକ୍ଷରୁ ଶନିବାର ରାତିରୁ ରବିବାର ଦିନ ୧୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଶନିବାର ୨ ଜଣଙ୍କ ମୃତଦେହ ଉଦ୍ଧାର ପରେ ରବିବାର ଆଉ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଅନ୍ୟ ୯ ଜଣ ଯାତ୍ରୀଙ୍କୁ ଶନିବାରଠୁ ଉଦ୍ଧାର କରାଯାଇ ଡାକ୍ତକରଖାନାରେ ଭର୍ତ୍ତି କରାଯାଇଥିଲା।

 

You might also like