ଟିକା ନେଇ ଦି’ ମାସର ଛୁଆର ମୃତ୍ୟୁ ଅଭିଯୋଗ

ଶିଶୁ ମୃତ୍ୟୁ ଘଟଣାକୁ ଏଡିଏମ୍‌ଓଙ୍କ ଅସ୍ୱୀକାର

କେନ୍ଦୁଝର: ଟିକାକରଣ ପରେ ଶିଶୁର ମୃତ୍ୟୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ କୁସ୍କଳା ଗାଁରେ।

ଅଭିଯୋଗ ଅନୁଯାୟୀ କୁସ୍କଳା ଗାଁର ଦାଶରଥୀ ଧାଙ୍ଗଡ଼ାଙ୍କ ଦୁଇମାସର ଶିଶୁପୁତ୍ରକୁ ଗତକାଲି ଟିକା ଦିଆଯାଇଥିଲା। ମାତ୍ର ଟିକା ଦେବାର କିଛି ଘଣ୍ଟା ପରେ ଶିଶୁକୁ ଜ୍ୱର ଆସିଥିଲା। ତାପରେ ଶିଶୁର ନାକ ଓ ଟିକା ଦିଆଯାଇଥିବା ସ୍ଥାନରୁ ରକ୍ତ ବାହାରିଥିଲା। ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହା ଫଳରେ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏଏନ୍ଏମ୍ କର୍ମୀଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆସିବା ପରେ ଯାଇ ଏଏନ୍ଏମ୍ କର୍ମୀଙ୍କୁ ଛଡ଼ାଯିବ ବୋଲି ଉତ୍ତ୍ୟକ୍ତ ଲୋକେ କହିଛନ୍ତି ।

vlcsnap-error975ଅନ୍ୟପକ୍ଷରେ କେନ୍ଦୁଝରରୁ ଏଡିଏମ୍ଓ ସୁଧାଂଶୁ ଶେଖର ବଳଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗାଁକୁ ଯାଇ ଘଟଣାର ତଦନ୍ତ କରୁଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଂଚି କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଅଟକ ଏଏନ୍‌ଏମ୍‌ଙ୍କୁ ଛାଡ଼ିଛନ୍ତି ଗାଁ ଲୋକେ । ତେବେ ଟିକାକରଣ ଯୋଗୁଁ ଶିଶୁ ମୃତ୍ୟୁ ଘଟଣାକୁ ଅସ୍ୱୀକାର କରିଛନ୍ତି ଏଡିଏମ୍‌ଓ ।

You might also like