ଜେଲ୍‌ ଗଲେ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଏ. ଜନ୍‌ସେଲ୍ ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଛି।  ଗିରଫ ପରେ ଗତକାଲି ରାତିରେ ଜନ୍‌ସେଲ୍‌ଙ୍କୁ  ଜୁନାଗଡ଼ JMFC କୋର୍ଟରେ ହାଜର କରାଯାଇଥିଲା।

ତେବେ JMFC କୋର୍ଟ ଜନ୍‌ସେଲ୍‌ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜାମିନ ଆବେଦନ ଖାରଜ ପରେ ଜନ୍‌ସେଲ୍‌ଙ୍କୁ ଧର୍ମଗଡ଼ ଜେଲ୍‌ ପଠାଯାଇଛି।

ତାମିଲନାଡ଼ୁ ନଗରକୋଏଲରୁ ଗିରଫ ପରେ କ୍ରାଇମବ୍ରାଞ୍ଚ EOW ଜନ୍‌ସେଲ୍‌ଙ୍କୁ ଜୁନାଗଡ଼ JMFCଙ୍କ କୋର୍ଟରେ ହାଜର କରିଥିଲା। ଜନ୍‌ସେଲ୍‌ ସେଲଭାମ ଏଜୁକେସ୍‌ନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ।

୨୦୧୩ -୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ମେଡିକାଲ କଲେଜରେ MBBS ପାଠ୍ୟକ୍ରମ ଲାଗି ଏମସିଆଇର ଅନୁମତି ପାଇଥିଲା। ତେବେ କଲେଜରେ କୌଣସି ଭିତ୍ତିଭୂମି ନ ଥିବା କଥାକୁ ଲୁଚାଇଥିଲେ କର୍ତ୍ତୃପକ୍ଷ। ଏପରିକି ମିଥ୍ୟା କାଗଜପତ୍ର ଓ ତଥ୍ୟ ଦେଇ ସେ MCI କର୍ତ୍ତୃପକ୍ଷଙ୍କୁ ସେ ଅନ୍ଧାରରେ ରଖିଥିଲେ। ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମସିଆଇ ପକ୍ଷରୁ କଲେଜକୁ ଅନୁମତି ମିଳିନଥିଲା।

You might also like