ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼। ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ଆସୁନାହିଁ। ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ ମୁଣ୍ଡକୁ ପାଣି ଆସୁନି। ତେବେ ଛତିଶଗଡ଼ ସରକାର ଉପରେ ଚାପ ପକାଇ ଆମେ ପାଣି ଛଡାଇ ଆଣିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଆଦୌ ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ କରିଛନ୍ତି। ଏପଟେ ରାଜ୍ୟ ସରକାର ହୀରାକୁଦ ତଳ ମୁଣ୍ଡରେ ବୁନ୍ଦାଏ ପାଣି ରଖିବାର ବ୍ୟବସ୍ଥା କରିନାହାନ୍ତି ଏବଂ ଛତିଶଗଡ଼ ଭଳି ଓଡ଼ିଶା ସରକାର ମଧ୍ୟ ଶିଳ୍ପକୁ ପାଣି ଦେଉଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ଏକ ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧର୍ମେନ୍ଦ୍ର ଏଭଳି କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like