ଛୁଟିରେ ଗଲେ ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍

ନୂଆଦିଲ୍ଲୀ : ଅନିର୍ଦ୍ଧିଷ୍ଟ କାଳ ଯାଏ ଛୁଟିରେ ଗଲେ  ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍। ଫ୍ରଫିଟ୍ ଅଫ୍ ଇଣ୍ଟ୍ରେଷ୍ଟ ଅଭିଯୋଗରେ ଚନ୍ଦାଙ୍କୁ ଛୁଟିରେ ପଠାଇଛନ୍ତି ବ୍ୟାଙ୍କର ଗର୍ଭିନିଂ ବୋର୍ଡ। ତଦନ୍ତ ପୁରା ହେବା ଯାଏ ସେ କାର୍ଯ୍ୟରେ ଯୋଗଦେଇପାରିବେନି ବୋଲି ସୂଚନା ମିଳିଛି।

ଚନ୍ଦାଙ୍କ ସ୍ଥାନରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସନ୍ଦୀପ ବକ୍ସିଙ୍କୁ ଦାୟିତ୍ୱ ମିଳିଛି। ଚନ୍ଦାଙ୍କ ଉପରେ ଥିବା ସମସ୍ତ ଅଭିଯୋଗର ତଦନ୍ତ ଯାଏ ସେ ଦାୟିତ୍ୱ ସମ୍ଭାଳିବେ। ଚନ୍ଦାଙ୍କ ସ୍ୱାମୀ ତଥା ବ୍ୟବସାୟୀ ଦୀପକ କୋଚରଙ୍କ ବନ୍ଧୁ ଭେଣୁଗୋପାଳ ଧ୍ରୁତଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ଚନ୍ଦା।

ICICI ବ୍ୟାଙ୍କ୍ ପକ୍ଷରୁ ପ୍ରାୟ ୩ ହଜାର ୨୫୦ କୋଟି ଟଙ୍କା ଋଣ ଭେଣୁଗୋପାଳଙ୍କୁ ମିଳିଥିଲା। ତେବେ ତାଙ୍କ ଜମା ସମ୍ପତ୍ତିଠୁ ଏହା ଢ଼େର ଗୁଣ ଅଧିକ ବୋଲି ପରବର୍ତ୍ତି ସମୟରେ ଜଣାପଡ଼ିଥିଲା। ଯାହାକୁ ନେଇ ଚନ୍ଦା ସନ୍ଦେହ ଘେରକୁ ଆସିଥିଲେ। ଏନେଇ ଅଭିଯୋଗ ହେବା ପରେ  ICICI ବ୍ୟାଙ୍କ ଗର୍ଭିନିଂ ବୋର୍ଡ  ପକ୍ଷରୁ କମିଟି ଗଠନ ହୋଇ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

You might also like