ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା
ଅନୁଗୁଳ : ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା। ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଗୁରୁତର। ଜଣେ ମହିଳା ଚାଲି ଚାଲି ଆସୁଥିବାବେଳେ ବାଇକ୍ରେ ଅାସି ଦୁର୍ବୃତ୍ତ ଜଣକ ଚେନ୍ ଛିଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ।
ଏହି ସମୟରେ ମହିଳା ଜଣକ ପାଟି କରିବାରୁ ଲୋକେ ଜମା ହୋଇଯାଇଥିଲେ। ପିଛା କରିବା ଫଳରେ ଲୁଟେରା ଜଣକ କିଛିବାଟ ଯାଇ ଗାଡ଼ିରୁ ପଡିଯାଇଥିଲେ। ଏହାପରେ ଲୋକେ ତାକୁ ନିର୍ଧୁମ ଛେଚି ପୁଲିସକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ଲୁଟେରା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।