କ୍ୟାବିନେଟ୍‌ ମଞ୍ଜୁରୀ: ୧୨ ବର୍ଷରୁ କମ୍‌ ଝିଅକୁ ଦୁଷ୍କର୍ମ କଲେ ମିଳିବ ଫାଶୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଛି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଖୁବଶୀଘ୍ର ଅଧ୍ୟାଦେଶ ଜାରି କରାଯିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ଏଥିସହିତ ଦୁଷ୍କର୍ମ ମାମଲାରେ ତଦନ୍ତର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। ଅତି କମ୍‌ରୁ ଦୁଇ ମାସ ମଧ୍ୟରେ ତଦନ୍ତ ସାରିବାକୁ ଧାର୍ଯ୍ୟ ହୋଇଛି।

ଦେଶରେ ଦୁଷ୍କର୍ମ ଘଟଣା ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏପରିକି ବିଦେଶରେ ମଧ୍ୟ ଏହାକୁ କଡ଼ା ନିନ୍ଦା କରାଯାଉଛି। ତେଣୁ ବିଦେଶ ଗସ୍ତରୁ ଫେରିବା ପରେ ଆଉ ବିଳମ୍ବ ନ କରି ଦୁଷ୍କର୍ମ ମାମଲାରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର।

Criminal Law (Amendment) Ordinance, ୨୦୧୮ ଜରିଆରେ ମହିଳାଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ସରକାର। ଏଥିପାଇଁ  କ୍ୟାବିନେଟ୍‌ ଏକ ଅଧ୍ୟାଦେଶ ଆଣିବାକୁ ଚାହୁଁଛି।

ଅଧ୍ୟାଦେଶ ଅନୁସାରେ…

୧. ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ସର୍ବନିମ୍ନ ଦଣ୍ଡ ୭ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡ ଦିଆଯିବ।

୨. ସେହିଭଳ ୧୬ ବର୍ଷରୁ କମ୍ ବୟସର ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ସର୍ବନିମ୍ନ ୧୦ ବର୍ଷ ଜେଲ ଦଣ୍ଡରୁ ୨୦ ବର୍ଷକୁ ବଢ଼ାଇ ଦିଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଏହାକୁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡରେ ପରିବର୍ତ୍ତନ କରିଦିଆଯିବ।

୩. ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ସର୍ବନିମ୍ନ ୨୦ ବର୍ଷ ଜେଲ୍‌ ଦଣ୍ଡ, ଆଜୀବନ ଜେଲ୍‌ ଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ଦିଆଯିବ।

ଏଥିସହିତ ୧୬ ବର୍ଷରୁ କମ ବୟସର ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଅଗ୍ରିମ ଜାମିନ ଆବେଦନ ନେଇ କୌଣସି ବ୍ୟବସ୍ଥା ରହିବ ନାହିଁ। ଦୁଷ୍କର୍ମ ମାମଲାରେ ସମସ୍ତ ଥାନା ଓ ଡାକ୍ତରଖାନାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଫରେନ୍ସିକ୍‌ କିଟ୍‌ସ ଯୋଗାଇ ଦିଆଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହାକୁ  କାର୍ଯ୍ୟକାରୀ କରାଯିବ। ଏହି ଅଧ୍ୟାଦେଶ ଜାରି ହେଲେ ୧୨ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳିବ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like