ବାର୍ଡ ଫ୍ଲୁ ସଂକ୍ରମଣର ଅନୁଧ୍ୟାନ ପାଇଁ ପାରାଦୀପରେ କେନ୍ଦ୍ରୀୟ ଟିମ୍

ପାରାଦୀପ: ବାର୍ଡ଼ ଫ୍ଲୁ ସଂକ୍ରମଣର ଅନୁଧ୍ୟାନ ପାଇଁ ପାରାଦୀପରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ।କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଏକ ୪ ଜଣିଆ ଟିମ୍ ପାରାଦୀପରେ ପହଞ୍ଚି ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ମିଳିତ ଭାବେ ଆଲୋଚନା କରିବା ପରେ ସଂକ୍ରମିତ ଅଞ୍ଚଳ ବୁଲି ଦେଖିଛନ୍ତି।

ଏହି ବାର୍ଡ ଫ୍ଲୁ କିପରି ସଂକ୍ରମିତ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳକୁ ନବ୍ୟାପିବ, ସେନେଇ ଜିଲ୍ଲା ପ୍ରଶାସନ କି କି ପଦକ୍ଷେପ ସବୁ ଗ୍ରହଣ କରିଛି, ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଏପଟେ ପାରାଦୀପରେ ବାର୍ଡ ଫ୍ଲୁ ଆତଙ୍କ ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର।

ପରୀକ୍ଷା ପାଇଁ ୩୧୪ଟି ସାମ୍ପଲ ଭୋପାଳ ସେଣ୍ଟ୍ରାଲ୍ ଲ୍ୟାବକୁ ପଠାଯାଇଛି। ୨ଟି ସାମ୍ପଲ୍ରେ H5N1 ଭୂତାଣୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ସ୍ଥିତି ସମୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ୧୦ଟି ଟିମ୍ ଗଠନ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି।

ଗତକାଲି ପାରାଦୀପ ବଡପଡିଆରେ ଥିବା କୁକୁଡା ଦୋକାନରୁ ୩୯ଟି କୁକୁଡା, ୧୭୦ଟି ଅଣ୍ଡା ଓ ୨୦ କିଲୋ କୁକୁଡା ଦାନା ନଷ୍ଟ କରାଯାଇଥିବା ବେଳେ ଷଣ୍ଢକୁଦ ବସ୍ତିରେ ପ୍ରାୟ ୫୦୦ରୁ ଅଧିକ କୁକୁଡା ଏବଂ ୨୦୦ରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି। ୩ ମାସ ପଯର୍ୟନ୍ତ କୁକୁଡ଼ା ପାଳନ ଓ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଲଗାଯାଇଛି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like