ସେଲିବ୍ରିଟିଙ୍କୁ କ୍ୟାନସର: କିଏ ଜିତିଛି ତ କିଏ ହାରିଛି…

କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ।

ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ପୂର୍ବଭଳି ନିଜ ନିଜ କର୍ମମୟ ଜୀବନରେ ସକ୍ରିୟ ହୋଇଛନ୍ତି,ସଫଳ ହୋଇଛନ୍ତି। କ୍ୟାନସର ସେମାନଙ୍କ କର୍ମ କ୍ଷେତ୍ରକୁ କୌଣସି ଭାବରେ ପ୍ରଭାବିତ କରିପାରିନାହିଁ। ନିଜ ନିଜ କାର୍ଯ୍ୟରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି। କ୍ୟାନସରରେ ପୀଡ଼ିତ ଏଭଳି ଲୋକମାନେ ଏବଂ ସେଲିବ୍ରିଟିମାନେ ଆଜି ଅନ୍ୟମାନଙ୍କ ପାଇଁ  ପ୍ରେରଣାର ଉତ୍ସ ପାଲଟିଛନ୍ତି।

ତେବେ କେତେ ଜଣ ସେଲିବ୍ରିଟି କ୍ୟାନସର ସହିତ ଲଢ଼େଇରେ ହାରି ମଧ୍ୟ ଯାଇଛନ୍ତି। ଆଉ ସେମାନଙ୍କର ଅକାଳରେ ବିୟୋଗ ହୋଇଛି। ପଢ଼ନ୍ତୁ କେଉଁ କେଉଁ ସେଲିବ୍ରିଟି କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି…

ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ କ୍ୟାନସରରେ ଆକ୍ରାନ୍ତ। ଅଭିନୟର ଚମତ୍କାରିତାରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ଅଭିନେତ୍ରୀ ଏବେ ଲଢୁଛନ୍ତି ଭୟଙ୍କର କ୍ୟାନସର ସହ। ସୋନାଲି ହାଇଗ୍ରେଡ୍ ମେଟାଷ୍ଟେଟିକ୍ କ୍ୟାନସରରେ ଆକ୍ରାନ୍ତ। ଅଭିନେତ୍ରୀ ସୋନାଲି କ୍ୟାନସରରେ ଆକ୍ରାନ୍ତ ହେବା ଖବର ପ୍ରଚାରିତ ହେବା ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଅଗଣିତ ପ୍ରଶଂସକ।

sonali

କେବଳ ସୋନାଲି ବେନ୍ଦ୍ରେ ନୁହଁନ୍ତି, ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ ମଧ୍ୟ ଏକ ପ୍ରକାର କ୍ୟାନସରରେ ପୀଡ଼ିତ। ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମର୍‌ରେ ଆକ୍ରାନ୍ତ। ବର୍ତ୍ତମାନ ଲଣ୍ଡନରେ ଇରଫାନ୍‌ଙ୍କ ଚିକିତ୍ସା ଚାଲିଛି। ବଲିଉଡ୍ ସହିତ ହଲିଉଡ୍ ଫିଲ୍ମରେ ମଧ୍ୟ ସେ ହୃଦୟସ୍ପର୍ଶୀ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି।

ସିନେ ନିର୍ଦ୍ଦେଶକ ଅନୁରାଗ ବସୁ ଉଚ୍ଚକୋଟୀର ଫିଲ୍ମ ନିର୍ମାଣ କରି ଯେପରି ଚର୍ଚ୍ଚିତ ତାଙ୍କ ସଂଘର୍ଷମୟ ଜୀବନ ମଧ୍ୟ ସେଭଳି ପ୍ରେରଣାଦାୟକ। କ୍ୟାନସରରେ ପୀଡ଼ିତ ହୋଇ ମଧ୍ୟ ସେ କେବେହେଲେ ଭାଙ୍ଗି ପଡ଼ିନଥିଲେ। ସବୁବେଳେ ସେ ଉଚ୍ଚକୋଟୀର ସିନେମା ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିଲେ। ଶେଷରେ ସେ କ୍ୟାନସର ସହିତ ଲଢ଼େଇ କରି ବିଜୟୀ ହେଲେ। ଆଉ ବର୍ଫି ଭଳି ଚମତ୍କାର ସିନେମା ନିର୍ମାଣ କରି ନିଜ ସ୍ୱପ୍ନକୁ ଚରିତାର୍ଥ କରିଥିଲେ।

ଅନୁରାଗ ବସୁଙ୍କ ଭଳି କ୍ୟାନସରକୁ ମାତ୍ ଦେଇ ପୁଣି କ୍ରିକେଟ ମୈଦାନକୁ ଫେରଛନ୍ତି ଟିମ୍ ଇଣ୍ଡିଆର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ଆଉ ନିଜର କମାଲ ବି ଦେଖାନ୍ତି ଯୁବି। ଯୁବରାଜ ଏକଥା ପ୍ରମାଣିତ କରିଦେଲେ ଯେ କ୍ୟାନସରକୁ ଭୟ କରିବାର କୌଣସି କାରଣ ନାହିଁ। ଚିକିତ୍ସା ଦ୍ୱାରା ଜଣେ ସୁସ୍ଥ ହୋଇ ସ୍ୱାଭାବିକ ଭାବରେ ଜୀବନ ବଞ୍ଚି ପାରିବ। ଏବେ ଯୁବି କ୍ୟାନସର ପୀଡ଼ିତଙ୍କ ପାଇଁ ଜଣେ ଆଦର୍ଶ ପାଲଟି ଯାଇଛନ୍ତି।

ଅନେକ ବିଶିଷ୍ଟ ବ୍ୟକ୍ତି କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସା ଦ୍ୱାରା ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ବିଶିଷ୍ଟ ଅଭିନେତ୍ରୀ ମନୀଷା କୋଇରାଲା ଏବଂ ଲିସା ରାୟ ମଧ୍ୟ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ଫେରିଥିଲେ ନିଜ କର୍ମକ୍ଷେତ୍ରକୁ। ସେପଟେ ଆଉ କେତେ ଜଣ ସେଲିବ୍ରିଟି କ୍ୟାନସର୍ ସହିତ ଲଢ଼େଇ କରି ହାରି ଯାଇଛନ୍ତି।

କ୍ୟାନସରକୁ ଭୟ କରିବାର କାରଣ ନାହିଁ। ଉପଯୁକ୍ତ ଚିକିତ୍ସା କଲେ କ୍ୟାନସର ଭଲ ହୋଇପାରିବ।

You might also like
Comments
Loading...