ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ
ଶ୍ରୀନଗର: ଜମ୍ମୁ ଓ ଶ୍ରୀନଗରରେ ପୁଣି ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନଙ୍କ ନାଁ ବିକାଶ ଗୁୁରୁଙ୍ଗ । ଅାର୍ଣ୍ଣିଅା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଭୋର ୪ଟାରୁ ଭାରତୀୟ ପୋଷ୍ଟ ଉପରକୁ ଟାର୍ଗେଟ କରି ଅାକ୍ରମଣ ହୋଇଥିଲା । ବିଏସଏଫ ପକ୍ଷରୁ ଏହାର କଡା ଜବାବ ଦିଅାଯାଉଛି ।
ସେପଟେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଅବଧି ବଢାଯିବ କି ନାହିଁ ସେ ନେଇ ଅାସନ୍ତକାଲି ନିଷ୍ପତ୍ତି ନିଅାଯିବ। ରମଜାନ ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବାରମ୍ବାର ଅାକ୍ରମଣ ହୋଇଥିଲା। ଦୁଇ ଦିନ ତଳେ ରାଇଜିଂ କାଶ୍ମୀରର ସମ୍ପାଦକଙ୍କୁ ଅତି ନୃଶଂସ ଅାତଙ୍କବାଦୀମାନ ହତ୍ୟା କରିଥିଲେ ।