ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ

ପୁରୀ: ପୁରୀ ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ CCTV ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।  ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ CCTV ଲଗାଯିବ।

ଶ୍ରୀଜିଉଙ୍କ ନୀତି ବେଳେ CCTV ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ।  ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।

ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବ ଘଟଣାରେ ୨ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ।

ଖୁଣ୍ଟିଆ ସେବାୟତ ମଦନ  ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି।  ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ, ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁରୀ ପୋଲିସ।

You might also like