ପରୀକ୍ଷା କେନ୍ଦ୍ରରେ ଲାଗିବ CCTV

ଭୁବନେଶ୍ୱର: ମାଟ୍ରିକ, +୨ ପରୀକ୍ଷାକୁ ସଂପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ CCTV ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି।

ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲକ୍ଷ୍ୟ ନେଇ CCTV ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ବିଭାଗୀୟ ସଚିବ ଏହି ସୂଚନା ଦେଇଛନ୍ତି।

You might also like