ମହଙ୍ଗା ପଡ଼ିଲା ଭୁଲ ମୂଲ୍ୟାୟନ: ୧୩୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ସିବିଏସ୍ଇ ପରୀକ୍ଷା ଖାତାର ଭୁଲ ମୂଲ୍ୟାୟନ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଓ ମାର୍କ ଟୋଟାଲିଂରେ ଭୁଲ ଥିବା ଅଭିଯୋଗରେ ଦେଶର ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଏସ୍ଇ ବୋର୍ଡ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାରର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭, ଦିଲ୍ଲୀରୁ ୬, ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି।

ଗତ ମାସ ଶେଷ ସପ୍ତାହରେ ସବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାପରେ ମାର୍କ ଟୋଟାଲିଂରେ ତ୍ରୁଟି ଓ ମୂଲ୍ୟାୟନରେ ତ୍ରୁଟି ହୋଇଥିବା ପଦାକୁ ଆସିଥିଲା। ଭୁଲ ଖାତା ମୂଲ୍ୟାୟନ କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଥିଲା।

 

You might also like