ଆଜିଠାରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି। ଗତବର୍ଷ ସିବିଏସ୍ଇ ଦ୍ୱାଦଶ ମୂଲ୍ୟାୟନରେ ବିଭ୍ରାଟ ହୋଇଥିବାରୁ ଚଳିତ ବର୍ଷ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି।

ଚଳିତ ବର୍ଷ ଭୁବନେଶ୍ୱର ରିଜିଅନରୁ ସିବିଏସ୍ଇ ଦଶମ ପରୀକ୍ଷାର ମୋଟ୍ ୭୭ ହଜାର ୭ ଶହ ପରୀକ୍ଷାର୍ଥୀ ଓ ଦ୍ୱାଦଶ ପରୀକ୍ଷାରେ ମୋଟ୍ ୬୬ ହଜାର ୩ ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

ସମୁଦାୟ ୯୨୭ଟି ସ୍କୁଲ୍ର ଛାତ୍ରଛାତ୍ରୀ ୨୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ।

You might also like