ଖୋଲିଲା ସିସୋର ଠକେଇ ଫାଇଲ୍

ଭୁବନେଶ୍ୱର : ପୁଣି ସିବିଆଇର ତନାଘନା। ଖୋଲିଲା ସିସୋର ଠକେଇ ଫାଇଲ୍। ଟାର୍ଗେଟ୍‌ରେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଓଡ଼ିଶା କ୍ୟାଡରର୍‌ର ବରିଷ୍ଠ ଆଇଏଏସ୍ ଅଫିସର୍ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ସଂଗ୍ରମା କେଶରୀ ରାୟ ସି-ସୋର୍ ଲିଙ୍କରେ ଉଭୟଙ୍କୁ ନୋଟିସ୍ କରି ଜୁଲାଇ ୨ ଅର୍ଥାତ ଆସନ୍ତାକଲି ହାଜର ହେବାକୁ କୁହାଯାଇଛି। ପରାଗ ଗୁପ୍ତା, ପର୍ଯ୍ୟଟନ ବିଭାଗର ସଚିବ ଥିବାବେଳେ ସିସୋର ସହ ରାଜ୍ୟ ସରକାର ଦୁଇଟି ଏମ୍ଓୟୁ ସ୍ୱାକ୍ଷର କରିଥିଲେ। କଟକରେ ମହାନଦୀରେ ବୋଟ୍ ପ୍ରକଳ୍ପ ଓ ଖୋର୍ଦ୍ଧା ଅଟ୍ରି ପ୍ରକଳ୍ପକୁ ନେଇ ଉଭୟଙ୍କୁ ପଚରା ଉଚୁରା ଲାଗି ହୋଇଛି ସମନ୍। ସେହି ସମୟରେ ସଂଗ୍ରାମ କେଶରୀ, OTDCର ଏମ୍‌ଡି ଥିଲେ।

ପ୍ରଶ୍ନ ଉଠୁଛି ,ଏ ଦୁଇ ଅଫିସର୍ ସିସୋରକୁ ଅନୁକମ୍ପା ପ୍ରଦର୍ଶନ କରିଥିଲେ କି? କାହା ଚାପରେ ସିସୋରକୁ ପ୍ରକଳ୍ପ ଦିଆଯାଇଥିଲା? ଡିଲରେ ଅନ୍ୟ ନେତା ସାମିଲ ଅଛନ୍ତି କି? ଏସବୁ ବିଷୟରେ ସିବିଆଇ  ଖୋଳତା଼ଡ଼ ଜାରି ରଖିଛି। ତେବେ ଉଭୟ ଅଫିସରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏଣେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଅବସରରେ ସିବିଆଇର ଏଭଳି ପଦକ୍ଷେପକୁ ନେଇ ବିଜେଡି କହିଛି, ଉଦ୍ଦ୍ୟେଶମୂଳକ ଭାବେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ସିବିଆଇ ଏଭଳି କରିଛି। ବିଜେପି କହିଛି କେନ୍ଦ୍ର କେବେ ବି ସିବିଆଇର ରାଜନୀତିକରଣ କରିବାକୁ ଚାହେଁନି।

କିଛି ଦିନ ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ତାନା ଭୁବନେଶ୍ୱର ଆସି ଚିଟ୍‌ଫଣ୍ଡ ତଦନ୍ତର ସମୀକ୍ଷା କରିଥିଲେ। ଏହା ପରେ ସିବିଆଇ ସକ୍ରିୟ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ଦୁଇ ଅଫିସରଙ୍କୁ ନୋଟିସ୍ ପରେ ଏବେ ବିଜେଡି କ୍ୟାମ୍ପରେ ଛନକା ପଶିଛି। କାରଣ ବିଜେଡିର ଅନେକ ନେତାଙ୍କର ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ରହିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ସିବିଆଇ ତଦନ୍ତ ବିଳମ୍ବ ହେଉଛି।  ଦିଲ୍ଲୀ ସହ ନବୀନଙ୍କ ବୁଝାମଣା ହୋଇନଥିବାରୁ ସିବିଆଇ ସକ୍ରିୟ ହୋଇଥିବା ସାଧାରଣରେ ସନ୍ଦେହ ହେଉଛି ବୋଲି ନିରଂଜନ କହିଛନ୍ତି।

ଚିଟଫଣ୍ଡ ଲିଙ୍କ୍ ନେଇ ପୂର୍ବରୁ କିଛି ଆଇପିଏସ୍ ଅଫିସରଙ୍କୁ ମଧ୍ୟ ନୋଟିସ୍ ହୋଇଥିଲା। ସି-ସୋର୍ ଲିଙ୍କରେ ଆପିକଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ହୋତା ବି ଗରିଫ ହୋଇଥିଲେ । ଏବେ ସମସ୍ତଙ୍କ ନଜର ସିବିଆଇର ପରବର୍ତ୍ତୀ ପଦକ୍ଷେପ ଉପରେ ।

You might also like