SSC ପରୀକ୍ଷାରେ ଦୁର୍ନୀତି ଅଭିଯୋଗ : ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ
ନୂଆ ଦିଲ୍ଲୀ : ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି। ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି।
ପରୀକ୍ଷାର୍ଥୀମାନେ ଷ୍ଟାଫ୍ ସିଲେକ୍ସନ କମିଶନ ଅଫିସ ଆଗରେ ଧାରଣା ମଧ୍ୟ ଦେଇଛନ୍ତି। ଫେବ୍ରୁଆରି ୨୭ ତାରିଖରୁ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଫେବ୍ରୁଆରି୨୧ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।