ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷା ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ  ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି।

ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ ଆନ୍ଦୋଳନକାରୀ ଆନ୍ନା ହଜାରେ ଆଜି ସେମାନଙ୍କୁ ଭେଟିଛନ୍ତି। ଦାବି ହାସଲ ପାଇଁ ହିଂସା ଆଚରଣ ନ କରିବା ପାଇଁ ସେ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଫେବ୍ରୁଆରୀ ୨୭ରୁ ଛାତ୍ରଛାତ୍ରୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ଫେବୃୟାରୀ ୨୧ରେ  ହୋଇଥିବା ପରୀକ୍ଷାକୁ ପୁଣିଥରେ ମାର୍ଚ୍ଚ ୯ରେ କରାଯିବା ପାଇଁ ଷ୍ଟାଫ ସିଲେକସନ୍ କମିଶନ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

You might also like