୪୩୩ କୋଟିର ଠକେଇ ଅଭିଯୋଗ: ସିବିଆଇ ଜାଲରେ ନିର୍ମଳ ଇନଫ୍ରା ଚିଟ୍ଫଣ୍ଡ ସଂସ୍ଥାର ସିଏମ୍ଡି ଓ ଜେନେରାଲ ମ୍ୟାନେଜର
ଭୁବନେଶ୍ୱର : ପୁଣି ଚିଟ୍ଫଣ୍ଡ ଠକେଇ। ୪୩୩ କୋଟି ଠକେଇ ଅଭିଯୋଗରେ ଗତକାଲି ସିବିଆଇ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଏମ୍ଡି ଆଶିଷ ଚୌହାନ ଏବଂ ଅଭିଷେକ ଚୌହାନ।
ଦିର୍ଘ ଦିନ ଧରି ଫେରାର ରହିବା ପରେ ଗତକାଲି ଉଭୟ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଆସିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ସିବିଆଇ ଉଭୟଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ ଏହି ସଂସ୍ଥା ମଧ୍ୟପ୍ରଦେଶର। ତେବେ ଓଡିଶାରେ ମଧ୍ୟ ଏହାର ଶାଖା ଖୋଲି ଲୋକଙ୍କ ଠାରୁ ବେଆଇନ ଟଙ୍କା ଆଦାୟ କରୁଥିଲା। ଗିରଫ ପରେ ଉଭୟଙ୍କୁ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ଜେଲକୁ ପଠାଯାଇଛି। ଆଜି ଉଭୟଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବାର ସମ୍ଭାବନା ରହିଛି।