ମନି ଲଣ୍ଡରିଂ ମାମଲା: ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ସିବିଆଇ ଦ୍ୱାରା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି।

ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ଆଜି ସକାଳେ ଲଣ୍ଡନରୁ ଫେରିବା ପରେ କାର୍ତ୍ତିଙ୍କୁ ସିବିଆଇ ସଙ୍ଗେ ସଙ୍ଗେ ଗିରଫ କରିବା ସହ ହେପାଜତକୁ ନେଇଥିଲା ବୋଲି ସୂଚନା ମିଳିଛି।

ଆଏନଏକ୍ସ ମିଡ଼ିଆକୁ ବିଦେଶୀ ନିବେଶ ମଞ୍ଜୁରୀ ପ୍ରଦାନ କରିବା ଲାଗି କାର୍ତ୍ତି ଆଏନଏକ୍ସ ମିଡ଼ିଆ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ବୋଲି ଏକ ପ୍ରାରମ୍ଭିକ ମାମଲା ରୁଜୁ କରାଯାଇଥିଲା। ମାତ୍ର ପରେ ଜଣାପଡ଼ିଥିଲା ଯେ ଆହୁରି ଅଧିକ ଟଙ୍କା ପାଖାପାଖି ୩୦୦ କୋଟି ଟଙ୍କା ଗ୍ରହଣ କରଥିଲେ।

ଉଲ୍ଲେଖଥାଉ କି, ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡ଼ଇଆକୁ ବିଦେଶୀ ନିବେଶ କରିବା ଲାଗି ମଞ୍ଜୁର ମିଳିଥିଲା।

ଗତ ବର୍ଷ ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ତ୍ତି ଚିଦାମ୍ବରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ସିବିଆଇ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ କରିଥିଲା।

You might also like