ଟିଟୋର ୪ ସହଯୋଗୀ ଗିରଫ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୪ ସହଯୋଗୀ ହେଲେ ଗୋଲ୍ଡେନ୍ ପପୁ, ଇମ୍ତିଆଜ ଖାଁ ଓ ଜାହାଙ୍ଗିର ଖାଁ। ଦିନକ ତଳେ ଟିଟୋ ସହଯୋଗୀ ସନ୍ଦେହରେ ଉଠାଇ ନିଆଯାଇଥିବା ୮ ଜଣଙ୍କ ମଧ୍ୟରେ ଏମାନେ ମଧ୍ୟ ଥିଲେ। କଟକର ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ୧୦ଟି ଟିମ୍ ଚଢ଼ଉ କରି ସମସ୍ତଙ୍କୁ ଧରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ବହୁ ଅପରାଧ ରେକର୍ଡ ରହିଥିବା ପୋଲିସକୁ ସୂଚନା ମିଳିଛି। ତା’ ସହ ଟିଟୋ ସାମ୍ରାଜ୍ୟ ସହ ଏମାନଙ୍କର କି ପ୍ରକାର ଲିଙ୍କ୍ ରହିଛି ସେ ନେଇ ବି ଖୋଳତାଡ଼ କରୁଛି କ୍ରାଇମ୍ବ୍ରାଞ୍ଚ।