ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା

କୋରାପୁଟ/ରାୟଗଡ଼ା: ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା । ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଧାୟକ ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୀଳାଦ୍ରି ରାୟଗଡ଼ା ଜିଲ୍ଲାର ଟିକିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଲକ୍ଷ୍ମୀପୁରଠାରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଏକ ଫେସବୁକ୍‌ ପୋଷ୍ଟ ହୋଇଥିଲା । ଏହାକୁ ନେଇ ନିଜ ମତ ରଖିଥିଲେ ନୀଳାଦ୍ରି। ଏହାପରେ ଫେସ୍‌ବୁକ୍‌ରୁ ନମ୍ବର ମାଗି ବିଧାୟକ କୁଲେସିକା ଫୋନ୍‌ରେ ବିଭିନ୍ନ ଅଶ୍ଳୀଳ ଭାଷାରେ ନୀଳାଦ୍ରିଙ୍କୁ ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି । କାହିଁକି ଜଣେ ଜନ ପ୍ରତିନିଧି ହୋଇ ଫୋନ୍‌ରେ ଏଭଳି ଗାଳିଗୁଲଜ କଲେ ଏବଂ ଧମକ ଚମକ ଦେଲେ ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି।

 

You might also like
Comments
Loading...