ଅଚ୍ୟୁତ ସାମନ୍ତଙ୍କୁ ସତ୍ୟପାଠ ଅଡ଼ୁଆ

ଭୁବନେଶ୍ୱର : ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି। RTI କର୍ମୀ ସୁବାସ ମହାପାତ୍ର ଏହି ମାମଲା ଦାଏର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନାମାଙ୍କନ ବେଳେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଛନ୍ତି।

ଅଚ୍ୟୁତଙ୍କ ନାଁରେ ଅପରାଧିକ ମାମଲା ରହିଛି ଏବଂ ସତ୍ୟପାଠରେ ଆୟ ସଂପର୍କରେ ତଥ୍ୟ ଲୁଚାଇଥିବା ସେ ଅଭିଯୋଗ କରିଛନ୍ତି।

ଅଚ୍ୟୁତ ୨ଟି ଭୋଟର କାର୍ଡ ଏବଂ ୨ଟି ପ୍ୟାନ୍ କାର୍ଡ ରଖିଥିବା ପିଟିସିନରେ ଦର୍ଶାଇଛନ୍ତି ସୁବାସ। ତେଣୁ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ପିଟିସନରେ ନିବେଦନ କରିଛନ୍ତି ସୁବାସ। ଏହି ମାମଲାରେ ଭାରତୀୟ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ ସୁବାସ ମହାପାତ୍ର।

ଗତ ରାଜ୍ୟସଭା ନିର୍ବାଚନରେ ସୁବାସ ମହାପାତ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ତେବେ ପୂର୍ବରୁ ସୁବାସ ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ସାଂସଦ ଅଚ୍ୟୁତ ସାମନ୍ତ।

ଆହୁରି ପଢ଼ନ୍ତୁ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

You might also like