ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା

କୋରାପୁଟ: ନିକଟରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। କେବଳ କୃଷ୍ଣ ନୁହଁନ୍ତି ତାଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ଲକ୍ଷ୍ମୀପୁର ଥାନାରେ ମାମଲା ହୋଇଛି। ଗଙ୍ଗାଧର ନନ୍ଦ ନାମକ ଜଣେ ସମାଜସେବୀ ଏହି ମାମଲା ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ବିଷୋଦ୍‌ଗାର କରିଥିବାରୁ ଗଙ୍ଗାଧର ଏମାନଙ୍କୁ ବିରୋଧରେ ମାମଲା ଦାୟର କରିଥିବା କୁହାଯାଇଛି। ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସ୍‌ଡିପିଓ।

ଅନ୍ୟପକ୍ଷରେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କହିଛନ୍ତି, ଏହା ପଛରେ କଂଗ୍ରେସ ଓ ଆର୍‌ଏସ୍‌ଏସ୍‌ର କିଛି ଚକ୍ରାନ୍ତକାରୀ ଅଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ନାଁ ନେବା ସହ ଏନେଇ ଏଆଇସିସି ଓ ରାହୁଲ ଗାନ୍ଧିଙ୍କୁ ଜଣାଇଛନ୍ତି ବୋଲି କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି।

You might also like