ଓଡ଼ିଶାରେ ମହାମାରୀ ରୂପ ନେଇଛି କର୍କଟ ରୋଗ : ଦିନକୁ ଯାଉଛି ୬୯ ଜଣଙ୍କ ଜୀବନ

ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ପ୍ରାୟ ୧୩୬ ଜଣ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆଉ ପ୍ରାଣ ହରାଉଛନ୍ତି ପାଖାପାଖି ୬୯ଜଣ। କହିବାକୁ ଗଲେ, ପ୍ରତିଘଣ୍ଟାରେ ୩ଜଣଙ୍କ ଜୀବନ ନେଉଛି ଏହି ମହାମାରୀ। ଓଡ଼ିଶାରେ ମୁଖ୍ୟତଃ ତମାଖୁ ଜନିତ ମୁଖଗହ୍ୱର କର୍କଟ ଓ ଗର୍ଭାଶୟ ଗ୍ରୀବା କର୍କଟରେ ଲୋକେ ଅଧିକ ମାତ୍ରାରେ ପୀଡ଼ିତ ହେଉଥିବା ବିଶେଷଜ୍ଞ କହିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୪ରେ ଓଡ଼ିଶାରେ ୪୫ ହଜାର ୭୩୬ଜଣ କର୍କଟରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ରୋଗରେ ୨୩ ହଜାର ୪୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୫ରେ ୪୭ ହଜାର ୬୬୬ଜଣ ଆକ୍ରାନ୍ତ ହୋଇଛନ୍ତି। ପ୍ରାଣ ହରାଇଛନ୍ତି ୨୪ ହଜାର ୧୯ଜଣ। ୨୦୧୬ରେ ଏହି ମହାମାରୀ ୪୯ ହଜାର ୬୭୪ ଜଣଙ୍କୁ ଆକ୍ରାନ୍ତ କରିବା ସହ ୨୫ହଜାର ୩୫ଜଣଙ୍କ ଜୀବନ ନେଇଛି। ଏହାର ମୁକାବିଲା ପାଇଁ କଳାହାଣ୍ଡି, ସମ୍ବଲପୁର ଓ ବ୍ରହ୍ମପୁରରେ ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବା ସହିତ କଟକରେ ରାଜ୍ୟ କର୍କଟ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛି ରାଜ୍ୟ।

କେବଳ ଓଡ଼ିଶା ନୁହେଁ, ଦେଶର ସମସ୍ତ ରାଜ୍ୟରେ ପ୍ରତିବର୍ଷ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୬ରେ ପୁରା ଦେଶରେ ୧୪ ଲକ୍ଷ ୫୧ ହଜାର ୪୧୭ ଜଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଲକ୍ଷ ୩୨ ହଜାର ୯୨୧ଜଣ ପ୍ରାଣ ହରାଇଥିଲେ।

ଦେଖନ୍ତୁ ଏହି ଭିଡ଼ିଓ-

You might also like