ତୈଳ ଦର ଚିନ୍ତା: ବସିଲା କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ବଢୁଥିବା ତୈଳ ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ପେଟ୍ରୋଲ, ଡିଜେଲ୍ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସେପଟେ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଇଚ୍ଛୁକ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବପ୍ରତାପ ଶୁକ୍ଲା। ତେବେ ଏଥିପାଇଁ ସବୁ ରାଜ୍ୟକୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ସବୁ ରାଜ୍ୟ ନ ଚାହିଁବା ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ GST ଅନ୍ତର୍ଭୁକ୍ତ ହୋଇପାରିବନି।  ଦେଶରେ ବଢ଼ୁଥିବା ତୈଳ ଦରକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ ନେଉଥିବା ଶୁକ୍ଲା କହିଛନ୍ତି ।

କର୍ଣ୍ଣାଟକ ନିର୍ବାଚନ ପରେ ଲଗାତାର ୧୦ ଦିନ ହେବ ବଢିଚାଲିଛି ତୈଳ ଦର ।  ଆଜି ପେଟ୍ରୋଲ ୩୦ ପଇସା ଏବଂ ଡିଜେଲ୍ ଦର ୨୬ ପଇସା  ବୃଦ୍ଧି ଘଟିଛି ।  ମୁମ୍ବାଇରେ ପେଟ୍ରୋଲ ୮୪ ଟଙ୍କା ୯୯ ପଇସାରେ ପହଞ୍ଚିଥିବା ବେଳେ କୋଲକାତାରେ ୭୯ ଟଙ୍କା ୮୩ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୮୦ ଟଙ୍କା ୧୧ ପଇସାରେ ପହଞ୍ଚିଛି ।

You might also like