ପୁରୀରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’ ଅନୁଷ୍ଠିତ : ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’
ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’। ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ ନେଇ ଫିଲ୍ମଟି ପର୍ଯ୍ୟବେଶିତ ହୋଇଛି।
ଏହି ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅଙ୍କିତ। ଏହାସହ ମହୋତ୍ସବରେ ବିଦେଶୀ ଚଳଚିତ୍ର ‘ଏକ୍ସଟ୍ରାଅଡିନାରୀ’, ଭୁବନେଶ୍ୱରରୁ ଅାନିମେସନ ଚଳଚିତ୍ର ପ୍ରମୂଖ ପ୍ରଦର୍ଶିତ ହୋଇଥିଲା । ଏହି ମହୋତ୍ସବ ଆସନ୍ତାକାଲି ସରିବ ।