ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ

ସୁନ୍ଦରଗଡ଼  : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା। ଯେଉଁଥିରେ ସେ ନିଜକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରାଉରକେଲା ମୁଖ୍ୟ ଶାଖାର କର୍ମଚାରୀ ବୋଲି କହିଥିଲେ  ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିବେ କି ବୋଲି ପଚାରିଥିଲେ।

ଫୋନରେ ରାଜେଶ ହଁ କରିବା ପରେ ପରଦିନ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି ଆବଶ୍ୟକୀୟ ଡକ୍ୟୁମେଣ୍ଟ ନେଇଥିଲେ। ପରେ ଏକ ହଜାର ଟଙ୍କାର ଚେକ ନେଇଥିଲେ। ତେବେ ଏହାପରେ ହଠାତ ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ୨୫ହଜାର ୫୦୦ଟଙ୍କା ଗାୟବ ହୋଇଯାଇଥିବା ସେ କହିଛନ୍ତି। ଏନେଇ ଟାଉନଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

You might also like