ଘର ଗେଟ୍‌ ଖୋଲିବା ବେଳେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼

ବାଲେଶ୍ୱର: ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ମାନସ ଦାସ।

ସୂଚନା ଅନୁସାରେ, ମାନସ  ରାତିରେ ଘରକୁ ଫେରି ଗେଟ୍‌ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ କ’ଣ ପାଇଁ ମାନସଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like