ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର: ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ। ହଳଦିଆପଦରରେ ନିର୍ମାଣ ହୋଇଥିବା ନୂତନ ବସ୍ ଟର୍ମିନାଲ୍‌କୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ବସ୍ ଚଳାଚଳ ବନ୍ଦ କରାଯାଇଛି।

ଭୁବନେଶ୍ୱର, କଟକ, ଛତ୍ରପୁର, ଆସ୍କାକୁ ବସ୍ ଚଳାଚଳ ବନ୍ଦ ଅଛି। ବ୍ରହ୍ମପୁରରୁ କୌଣସି ସ୍ଥାନକୁ ବସ୍ ଯାଉନଥିବାରୁ ଯାତ୍ରୀ଼ଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ବ୍ରହ୍ମପୁରରେ ଥିବା ବସ୍‌ଷ୍ଟାଣ୍ଡକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତରକୁ ବସ୍ ମାଲିକ ସଂଘ ଜୋରଦାର ବିରୋଧ କରୁଛି।

ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ହୋଇଥିଲା ଯେ, ଜାତୀୟ ରାଜପଥ ସହ ସଂଯୁକ୍ତ ଥିବା ଅଞ୍ଚଳ ଯଥା-ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଛତ୍ରପୁର, ଭୁବନେଶ୍ୱର, କଟକ ବସ୍‌ ଗୁଡ଼ିକ ହଳଦିଆପଦର ଟର୍ମିନାଲ୍‌ରୁ ଚଳାଚଳ କରିବ। ତେବେ ବସ୍ ରୁଟ୍ ବିବାଦ ଓ ରୋଡ୍ ପରମିଟ୍ ଟ୍ୟାକ୍ସକୁ ନେଇ କୌଣସି ଆଲୋଚନା ହୋଇନଥିବା ଅଭିଯୋଗ କରିଛନ୍ତି ବସ୍ ମାଲିକ ସଂଘ।

You might also like