ସ୍କୁଲ୍‌ ପିଲାଙ୍କୁ ଧକ୍କା ଦେଲା ବସ୍‌; ୨ ଗୁରୁତର

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ବନ୍ଧମୁଣ୍ଡା ଛକରେ ସ୍କୁଲ୍‌ ପିଲାଙ୍କୁ ଏକ ବସ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ସ୍କୁଲ ଯିବାପାଇଁ ଆଜି ସକାଳେ ୨ ଛାତ୍ର ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଛାତ୍ର ଓ ତାଙ୍କର ମାଆଙ୍କ ଅବସ୍ଥା ଗୁରୁତର ଥିବାବେଳେ, ଆଉ ଜଣେ ଛାତ୍ର ଆହତ ହୋଇଛନ୍ତି।

ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଭଙ୍ଗାରୁଜା କରିବା ସହ ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବନ୍ଧମୁଣ୍ଡା-ରାଉରକେଲା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ଅନ୍ୟପକ୍ଷରେ ବସ୍‌ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

You might also like