ଘାଟି ତଳକୁ ଖସିଲା ବସ୍‌; ଚାଲିଗଲା ୩୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ମହାବଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା। ରାଇଗଡ଼ ଜିଲ୍ଲା ଅମ୍ବେନାଳି ଘାଟିରୁ ବସ୍‌ ଖସି ୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରୀ ଏକ ବସ୍‌ରେ ମହାବଳେଶ୍ୱର ପିକ୍‌ନିକ୍ କରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ ପାହାଡ଼ିଆ ରାସ୍ତା ଥିବା ଅମ୍ବେନାଳି ଘାଟିରୁ ପ୍ରାୟ ୨୦୦ ଫୁଟ ତଳଖୁ ଖସି ପଡ଼ିଥିଲା।

ଗାଡ଼ିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲେ ପ୍ରକୃତରେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ୩୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାକ୍‌ ସୂଚନାରୁ ଜଣାପଡ଼ିଛି।

ସମସ୍ତ ମୃତକ ସ୍ଥାନୀୟ ଏକ କୃଷି ବିଦ୍ୟାଳୟର କର୍ମଚାରୀ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ NDRF ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବସ୍‌ରେ ଥିବା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

You might also like