ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୨ ଆହତ

ଭୁବନେଶ୍ୱର: ଗଞ୍ଜାମ ଦିଗପହଣ୍ଡିରେ ସଡକ ଦୁର୍ଘଟଣା। ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଆଜି ସକାଳେ ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଏକ ଯାତ୍ରାବାହୀ ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲ ପାଠାଯାଇଛି। ଆହତମାନେ ଭୁବନେଶ୍ୱର ସାଲିଆସାହି ଅଞ୍ଚଳର ବୋଲି ଜଣାପଡିଛି।

ଏମାନେ ଭୁବନେଶ୍ୱରରୁ ଦିଗପହଣ୍ଡିର ବାଙ୍କେଶ୍ୱରୀ ପୀଠ ବୁଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

You might also like
Comments
Loading...