ବଢ଼ିଲା ବସ୍ ଭଡ଼ା: ୩ ମାସରେ ଦୁଇଥର
ଭୁବନେଶ୍ୱର: ବଢ଼ିଲା ବସ୍ ଭଡା। ଡିଜେଲ ଦର ୨ଟଙ୍କା ୪୯ ପଇସା ବଢ଼ିବା ପରେ ବସ୍ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଛି। ଅଟୋମେଟିକ୍ ମେକାନିଜିମ୍ ହିସାବରେ ଭଡ଼ା ବୃଦ୍ଧି ପାଇଥିବା ଘରୋଇ ବସ୍ ମାଲିକ ସଙ୍ଘର ସଭାପତି ସୂଚନା ଦେଇଛନ୍ତି।
ସାଧାରଣ ବସ୍ ଓ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ପଇସା ବୃଦ୍ଧି ପାଇଛି। ଏହାକୁ ଲଗାଇ ଚଳିତ ବର୍ଷ ଦୁଇଥର ବସ୍ ଭଡ଼ା ବଢିଛି। ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ମଧ୍ୟ ବସ୍ ଭଡ଼ା ବଢ଼ିଲା।