ବଢିଲା ବସ୍ ଭଡ଼ା

ଭୁବନେଶ୍ୱର : ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ି ଚାଲିଛି। ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଲ ଦର କେମିତି ନିୟନ୍ତ୍ରଣକୁ ଆସିବ ସେନେଇ ରାଜନୈତିକ ଦଳ ଗୁଡ଼ିକ ଚିନ୍ତା କରୁଥିବା ପରି ମନେ ହେଉନି। କେମିତି ସ୍ଥିତିର ଫାଇଦା ଉଠାଯିବ ସେହି ଯୋଜନାରେ ସେମାନେ ମାତିଛନ୍ତି। ରାଜନୈତିକ ଦଳ ଗୁଡ଼ିକ ଏହାର ସମାଧାନ କରିବା ପରିବର୍ତ୍ତେ ବୟାନବାଜି ଚଲାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ତେଲ ଦର ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି ଓ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ମାତ୍ର କେବେ ତେଲ ଦର ନିୟନ୍ତ୍ରଣ କରାଯିବ ତାହା କିନ୍ତୁ ମନ୍ତ୍ରୀ ସ୍ପଷ୍ଟ କରୁନାହାନ୍ତି। ଏହା ଭିତରେ ବସ୍‌ ଭଡ଼ା ବଢ଼ିଛି। ଯାହା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।

ଆହୁରି ପଢ଼ନ୍ତୁ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

You might also like