ମହଙ୍ଗା ପଡିଲା ମହିଳାଙ୍କୁ କମେଣ୍ଟ ମାରିବା

ଥାନାରେ ଅଭିଯୁକ୍ତ ଡ୍ରାଇଭର୍ ଅଟକ

ବାଲେଶ୍ୱର : ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ବସ୍ ଚାଳକକୁ ମାଡ଼ ମାରିଲେ ମହିଳା ଓ ବସ୍ ଯାତ୍ରୀ।   ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବଜାରରେ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଅାଶା ଗୋବିନ୍ଦ ବସ୍‌ର ଡ୍ରାଇଭର୍ ଜଣେ ମହିଳା ଯାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହା ପରେ ସେହି ମହିଳା ଜଣକ ବସ୍ ଡ୍ରାଇଭରଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି।

ତା ପରେ ବସ୍ ଯାତ୍ରୀମାନେ ବି ଡ୍ରାଇଭରକୁ ମାଡ଼ ମାରିଛନ୍ତି। ଏହି ଘଟଣାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପରେ ଖନ୍ତାପଡ଼ା ଥାନାରେ ଡ୍ରାଇଭର ନାଁରେ ଅଭିଯୋଗ କରାଯାଇଛି।  ପୁଲିସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି।

 

You might also like