ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ, ୬ ଜଣ ଆହତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି।

କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

You might also like