ଟ୍ରକ୍ ପଛ ପଟୁ ପିଟିଲା ବସ୍ : ଜଣେ ମୃତ,୧୦ ଆହତ

ଆଠଗଡ଼ : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ କଜଳଖଣା ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ବସ୍ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି।ସୋନପୁରର କଟକ ଯାଉଥିବା ବସ୍‌ଟି କଜଳକଣା ଗଡା ନିକଟରେ ଏକ ଟ୍ରକକୁ ଓଭର ଟେକ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ପଠାଇଛନ୍ତି।

 

ଆହୁରି ପଢ଼ନ୍ତୁ

You might also like