ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ : ଚାଷୀଙ୍କ ମଧ୍ୟରେ ଆତଙ୍କ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ମଲେଣି ୧୦୦ରୁ ଅଧିକ ମଇଁଷି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ମଧ୍ୟ ମଇଁଷି ମଡ଼କକୁ ରୋକାଯାଇ ପାରିନାହିଁ। ମୃତ ମଇଁଷିଙ୍କର ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ କରାଯାଇଛି।
ମିଳିଥିବା ଖବର ଆନୁସାରେ, ଚାନ୍ଦବାଲି ଅଞ୍ଚଳରେ ପ୍ରାୟ ୨ଶହରୁ ଅଧିକ ପରିବାର ମଇଁଷି ପାଳନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଅଞ୍ଚଳରେ ଏବେ ମଇଁଷି ମଡ଼କ ଲାଗି ରହିଥିବାରୁ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।