କାଲିଠୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ।  ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି।

ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି।

ସେପଟେ ବିଜେପି, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସହ ପିଇବା ପାଣିର ଅଭାବ, ଚାଷୀ ସମସ୍ୟା, ଡାକ୍ତର ଅଭାବ, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା, ଗୁମୁଡୁମାହ ଗୁଳିକାଣ୍ଡ ନେଇ ତଦନ୍ତ କମିଶନ୍ ରିପୋର୍ଟ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିବ।

ଏଣେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ମହାନଦୀ, ପୋଲାଭରମ, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏମ୍ଏସପି ଆଦି ପ୍ରସଙ୍ଗ ସହ ପ୍ରସ୍ତୁତ ରହିଛି।

ଆସନ୍ତା ୨୩ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ସ୍କିମ୍ ଉପରେ ସରକାରଙ୍କ ଫୋକସ୍ ରହିବା ସମ୍ଭାବନା ଅଛି।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ୍ ୧୧ରୁ ମେ ୫ ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like