ଯବାନଙ୍କ ମାନବିକତା: ପ୍ରସୂତିଙ୍କୁ ନଦୀ ପାର କରାଇଲେ
ମାଲକାନଗିରି: ଚିତ୍ରକୋଣ୍ଡାରେ ବିଏସ୍ଏଫ୍ ଯବାନ ଦେଖାଇଛନ୍ତି ମାନବିକତା। ପ୍ରସୂତିଙ୍କୁ ଗୁରୁପ୍ରିୟା ନଦୀ ପାର କରାଇଛନ୍ତି ଯବାନ। ଡଙ୍ଗାରେ ନଦୀ ପାର କରାଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ସ୍ଥାନୀୟ ଜନ୍ତାପାଇ ଗ୍ରାମର ପ୍ରସୂତି ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଖବର ପାଇ ବଡ଼ପଡ଼ା କ୍ୟାମ୍ପର ବିଏସ୍ଏଫ୍ ଯବାନମାନେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ପ୍ରସୂତିଙ୍କୁ ଡଙ୍ଗାରେ ବସାଇ ନଦୀ ପାର କରାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।