୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ; ୨ ଗିରଫ
ଜଳେଶ୍ୱର: ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍ ସୁଗାର୍ ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି।
ଜବତ ବ୍ରାଉନ୍ ସୁଗାର୍ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା ଯାଇ ସେଠାରୁ ଟ୍ରେନ୍ରେ ଭୁବନେଶ୍ୱର ଯିବା ଯୋଜନାରେ ଥିଲେ। ହେଲେ ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା।
ପୁଲିସ୍ ଏବେ ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି।
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗାର୍ ସହ ବହୁ ମାଦକ ଦ୍ରବ୍ୟ ରପ୍ତାନି କରାଯାଉଛି।